ବିଶ୍ୱରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୭ ଲକ୍ଷ ୨୨ ହଜାର, ୧୨ ଲକ୍ଷ ୬୦ ହଜାରରୁ ଅଧିକ ମୃତ

ଜେନିଭା – ବିଶ୍ୱରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୭ ଲକ୍ଷ ୨୨ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୩ କୋଟି ୫୭ ଲକ୍ଷ ୮୬ ହଜାର ୯୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧ କୋଟି ୩୬ ଲକ୍ଷ ୭୪ ହଜାର ୫୮ ଆକ୍ରାନ୍ତ ଏବେ ବି ଚିିକିତ୍ସାଧୀନ ଅଛନ୍ତି । ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୧୨ ଲକ୍ଷ ୬୧ ହଜାର ୭୪୫କୁ ବୃଦ୍ଧି ପାଇଛି । ଆମେରିକାରେ ମୃତ୍ୟୁସଂଖ୍ୟା ସର୍ବାଧିକ ୨ ଲକ୍ଷ ୪୩ ହଜାର ୭୬୮ ଥିବା ବେଳେ ବ୍ରାଜିଲରେ ୧ ଲକ୍ଷ ୬୨ ହଜାର ୩୯୭ ରହିଛି । ବିଶ୍ୱରେ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଭାରତ ତୃତୀୟ ସ୍ଥାନରେ ରହିଛି ।

Comments are closed.