ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଆଇପିଏଲ୍ ଟାଇଟଲ ଲଢେଇ, କ୍ୱାଲିଫାୟର-୨ରେ ହାଇଦ୍ରାବାଦକୁ ୧୭ ରନରେ ହରାଇଲା ଶ୍ରେୟସ ଆୟରଙ୍କ ଟିମ୍

ଦୁବାଇ- ଆଇପିଏଲ ସିଜନ ୧୩ର ଫାଇନାଲ ମୁମ୍ବାଇ ଇଣ୍ଡିଆନସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବା । ମଙ୍ଗଳବାର ଏହି ଦୁଇ ଟିମ୍ ମଧ୍ୟରେ ହେବ ଟାଇଟଲ ଲଢେଇ । କ୍ୱାଲିଫାୟର -୨ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ଦିଲ୍ଲୀ ଟିମ୍ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ପ୍ଲେ ଅଫ୍‌ର ପ୍ରଥମ ମ୍ୟାଚ ବା କ୍ୱାଲିଫାୟର-୧ରେ ମୁମ୍ବାଇଠାରୁ ପରାସ୍ତ ହୋଇଥିଲା ।

କ୍ୱାଲିଫାୟର-୨ ମ୍ୟାଚରେ ଦିଲ୍ଲୀ ହାଇଦ୍ରାବାଦ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଜବାବରେ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୨ ରନ୍ ହିଁ କରିପାରିଥିଲା । କେନ୍ ୱିଲିୟମସ ଏକ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଟିମକୁ ବିଜୟୀ କରିପାରି ନ ଥିଲେ । ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଏନିସ ୨୬ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

ପୂର୍ବରୁ ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଶିଖର ଧାୱନଙ୍କ ୭୮ ଓ ତାଙ୍କ ସହ ଓପନିଂ କରିଥିବା ମାର୍କସ ଷ୍ଟୋଏନିସଙ୍କ ୩୮, ହେଟମ୍ୟାର୍‌ଙ୍କ ୪୨ ରନ୍ ବଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୧୮୯ ରନ୍ କରିଥିଲା ।

Comments are closed.