ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି, ୨୪ ଘଂଟାରେ ୪୫,୯୦୩ ନୂଆ ମାମଲା

ନୂଆଦିଲ୍ଲୀ – ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଦେଶରେ ୪୫ ହଜାର ୯୦୩ ନୂଆ ମାମଲା ଆସିିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଲକ୍ଷ ୧୭ ହଜାର ୩୭୩ ଜଣ ସୁସ୍ଥ ହୋଇସାରିଲେଣି । ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୫ ଲକ୍ଷ ୯ ହଜାର ୬୭୩ ରହିଛି । ଦିନକରେ କୋରୋନାରେ ପ୍ରାଣ ହରାଇଛନ୍ତି ୪୯୦ ଜଣ । ଏଥିସହ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୬ ହଜାର ୬୧୧କୁ ବୃଦ୍ଧି ପାଇଛି ।

Comments are closed.