ବିହାର ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ , ଫଳାଫଳ ଉପରେ ସାରା ଦେଶର ନଜର, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବା ଆଶା

ପାଟନା – କୋରୋନା କାଳରେ ଭାରତରେ ହୋଇଥିବା ପ୍ରଥମ ବଡ ଧରଣର ନିର୍ବାଚନର ଆଜି ଭୋଟ୍ ଗଣତି । ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନର ଆଜି ମତଗଣନା ଆରମ୍ଭ ହୋଇଛି । ଜେଡିୟୁ ନେତୃତ୍ୱାଧୀନ ଏନଡିଏ ଓ ଆରଜେଡି ନେତୃତ୍ୱାଧୀନ ମହାମେଂଟ ମଧ୍ୟରେ ଲଢେଇରେ ଭୋଟର କାହା ସପକ୍ଷରେ ରାୟ ଦେଇଛନ୍ତି,ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ।

ନୀତୀଶ କୁମାର ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବେ ନା ଲାଲୁ ତନୟ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଆସନରେ ବସିବେ,ତାହା ଆଉ ମାତ୍ର କିଛି ଘଂଟା ପରେ ସ୍ପଷ୍ଟ ହୋଇଯିବ । କଡା ସୁରକ୍ଷା ମଧ୍ୟରେ ବିହାରର ୩୮ଟି ଜିଲ୍ଲାରେ ଭୋଟ୍ ଗଣତି ଚାଲିଛି । ପ୍ରଥମେ ପୋଷ୍ଟାଲ ବ୍ୟାଲଟ ଗଣତି ଚାଲିଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠ ହାସଲ ପାଇଁ ମ୍ୟାଜିକ ନମ୍ବର ହେଲା ୧୨୨ । ବିଭିନ୍ନ ଗଣମାଧ୍ୟମ ଓ ଏଜେନସୀ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ୍ ଅନୁସାରେ ମହାମେଂଟର ପଲ୍ଲା ଭାରି ଲାଗୁଛି ।

Comments are closed.