ଉପନିର୍ବାଚନ ଗଣତି : ବିଜେଡି ତିର୍ତୋଲ ଆସନ ବଜାୟ ରଖିବା ନିଶ୍ଚିତ, ବିଜେପିଠାରୁ ବାଲେଶ୍ୱର ସଦର ଆସନ ଛଡାଇ ଆଣିବା ସମ୍ଭାବନା

ଭୁବନେଶ୍ୱର- ତିର୍ତୋଲ ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୭ ହଜାର ୯୪୩ ଭୋଟ ପାଇଛନ୍ତି । ରହିଛନ୍ତି । ବିଜେପି ପ୍ରାର୍ଥୀ ୨୦ ୫୯୨ ହଜାର ୮୦୯ ଓ କଂଗ୍ରେସ ପ୍ରାର୍ଥୀ ୯ ହଜାର ୪୯୧ ଭୋଟ୍ ପାଇଛନ୍ତି ।

ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ସ୍ୱରୂପ ଦାଶ , ନିକଟତମ ପ୍ରତିଦ୍ୱନ୍ଦୀ ମାନସ ଦତଙ୍କଠାରୁ ଆଗରେ ଅଛନ୍ତି । ବିଜେଡି ପ୍ରାର୍ଥୀ ୧୪ ହଜାର ୫୩୦ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୧ ହଜାର ୮୦୯ ଓ କଂଗ୍ରେସ ପ୍ରାର୍ଥୀ ୧ ହଜାର ୪୬୬ ଭୋଟ୍ ପାଇଛନ୍ତି ।

Comments are closed.