ବିହାର ନିର୍ବାଚନ: ମହାମେଣ୍ଟକୁ ପଛରେ ପକାଇଲା ଏନଡିଏ

ପାଟନା – ବିହାର ବିଧାନସଭାର ୨୪୩ଟି ଆସନରେ ଭୋଟ୍ ଗଣନା ଜାରି ରହିଛି। ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଜେପି ଏବଂ ଜେଡିୟୁ ଏନଡିଏ ମେଣ୍ଟ ବେଶ୍ ଆଗରେ ରହିଛି । ପ୍ରଥମରୁ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ମହାମେଣ୍ଟ ଆଗରେ ଥିଲା। ପ୍ରାୟ ଦୁଇ ଘଣ୍ଟା ଗଣନା ପରେ, ଏନଡିଏ ବର୍ତ୍ତମାନ ୧୨୩ ଏବଂ ମହାମେଣ୍ଟ ୧୦୬ ଟି ଆସନରେ ଆଗରେ ଅଛି | ଅନ୍ୟପକ୍ଷେ ଚିରାଗ ପାସୱାନଙ୍କ ଦଳ ଏଲଜେପି ୭ ଏବଂ ଅନ୍ୟଦଳ 7 ଟି ଆସନରେ ଆଗୁଆ ରହିଛନ୍ତି | ଟ୍ରେଣ୍ଡ ଅନୁଯାୟୀ, ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି ।

Comments are closed.