ବିହାରରେ ବାମପନ୍ଥୀ ଦଳଗୁଡିକର ଏଥର ଭଲ ପ୍ରଦର୍ଶନ, ୧୦ରୁ ଅଧିକ ଆସନରେ ଆଗୁଆ

ପାଟନା – ବିହାର ବିଧାନସଭା ନିର୍ବାଚନରେ ମହାମେଂଟରେ ସାମିଲ ଥିବା ବାମପନ୍ଥୀ ଦଳଗୁଡିକ ପୂର୍ବାପେକ୍ଷା ବେଶ ଭଲ ପ୍ରଦର୍ଶନ କରିବା ଭଳି ଲାଗୁଛି । ଆରଜେଡି ନେତୃତ୍ୱାଧିନ ମହାମେଂଟରେ ସିପିଆଇ ( ଏମଏଲ୍ ) , ସିପିଏମ ଓ ସିପିଆଇ ରହିଛନ୍ତି । ଏସବୁ ଦଳ ମିଶି ଏଥର ନିର୍ବାଚନରେ ୨୯ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଟ୍ରେଣ୍ଡ୍ ଅନୁସାରେ ବାମପନ୍ଥୀ ଦଳଗୁଡିକ ଏଥର ଅଧିକ ଆସନ ପାଇବେ । ବାମପନ୍ଥୀ ଦଳଗୁଡିକ ୧୦ରୁ ଅଧିକ ଆସନରେ ଆଗୁଆ ରହିଛନ୍ତି ।

ଦିନେ ବିହାରରେ ବାମପନ୍ଥୀ ଦଳଗୁଡିକର ବି ପ୍ରଭାବ ରହିଥିଲା । କିନ୍ତୁ ୨୦୧୦ ବିଧାନସଭା ନିର୍ବାଚନରେ କେବଳ ସିପିଆଇ ଗୋଟିଏ ଆସନ ଜିତିଥିଲା । ୨୦୧୫ରେ ସିପିଆଇ (ଏମଏଲ) ତିନିଟି ଆସନ ଜିତିବାରେ ସମର୍ଥ ହୋଇଥିଲା ସିପିଆଇ ଓ ସିପିଏମ କୌଣସି ଆସନ ପାଇ ନ ଥିଲେ ।

Comments are closed.