ଉପନିର୍ବାଚନ ଗଣତି : ଉଭୟ ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜେଡି ଆଗୁଆ

ଭୁବନେଶ୍ୱର- ତିର୍ତୋଲ ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ୨୩ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୭୫ ହଜାର ୮୧୧ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ୪୦ ହଜାର ୫୭୭ ଓ କଂଗ୍ରେସ ପ୍ରାର୍ଥୀ ୨୨ ହଜାର ୧୫୦ ଭୋଟ୍ ପାଇଛନ୍ତି । ବିଜେଡି ପ୍ରାର୍ଥୀ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୫୨୩୪ ଭୋଟରେ ଆଗରେ ଅଛନ୍ତି ।

ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ୧୪ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ସ୍ୱରୂପ ଦାଶ , ନିକଟତମ ପ୍ରତିଦ୍ୱନ୍ଦୀ ମାନସ ଦତଙ୍କଠାରୁ ୬୪୭୬ ଭୋଟରେ ଆଗରେ ଅଛନ୍ତି । ବିଜେଡି ପ୍ରାର୍ଥୀ ୫୧ ହଜାର ୦୯୩ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୪୪ ହଜାର ୬୧୭ ଓ କଂଗ୍ରେସ ପ୍ରାର୍ଥୀ ୩ ହଜାର ୩୩୭ ଭୋଟ୍  ପାଇଛନ୍ତି ।

 

Comments are closed.