ଜୁଲାଇ ୨୧ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧ ହଜାର ତଳେ, କୋରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ନବୀନ

ଭୁବନେଶ୍ୱର- ଜୁଲାଇ ୨୧ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି । ଗତ ୨୪ ଘଂଟାରେ ରାଜ୍ୟରେ ମାତ୍ର ୯୮୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋରୋନା ବିରୋଧୀ ଲଢେଇରେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ କୋରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ, କଠୋର ପରିଶ୍ରମ ଓ ତ୍ୟାଗକୁ ପ୍ରଶଂସା କରିଛନ୍ତି । ୩ ମାସ ୨୦ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତ ସଂଖ୍ୟା ୧ ହଜାର ତଳକୁ ଖସିଛି ।

Comments are closed.