ବିହାର ନିର୍ବାଚନର ଚୂଡାନ୍ତ ଫଳାଫଳ ବିଳମ୍ବିତ, ଏନଡିଏ ମହାମେଂଟଠାରୁ ଅଳ୍ପକେ ଆଗୁଆ, ମତଗଣନାକୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ଆଣିଲା ଆରଜେଡି

ପାଟନା- ବିହାର ବିଧାନସଭା ନିର୍ବାଚନର ଚୂଡାନ୍ତ ଫଳାଫଳ ଘୋଷଣାରେ ବିଳମ୍ବ ହୋଇଛି । ୨୪୩ ଆସନ ମଧ୍ୟରୁ ଏନଡିଏ ସର୍ବାଧିକ ଆସନ ପାଇ ଆଗରେ ରହିଥିଲେ ମଧ୍ୟ ଆରଜେଡି ନେତୃତ୍ୱାଧିନ ମହାମେଂଟ ବେଶୀ ଦୂରରେ ରହିନାହିଁ । ଏନଡିଏ ମ୍ୟାଜିକ ନମ୍ବର ଅଳ୍ପକେ ଅତିକ୍ରମ କରିଛି । କିନ୍ତୁ ବ୍ୟବଧାନ କମ୍ କରିବାରେ ଲାଗିଛି ମହାମେଂଟ । ଏନଡିଏ ଅଧିକ ଆସନ ଜିତିବା ଭଳି ସ୍ଥିତି ସୃଷ୍ଟି ହେଲା ପରେ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରେ ଜେଡିୟୁ-ଆରଜେଡି ନେତାଙ୍କ ବୈଠକ ହୋଇଛି । ଏଣେ ଆରଜେଡି, କଂଗ୍ରେସ ମତଗଣନାକୁ ପ୍ରଭାବିତ କରାଯାଉଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମତଗଣନା ବିଳମ୍ବିତ କରାଯାଇଥିବା ଅଭିଯୋଗ କରିଛି ଆରଜେଡି । ଏପରିିକି ଜିତିବା ପ୍ରାର୍ଥୀଙ୍କଠାରୁ ସାର୍ଟିଫିକେଟ ପ୍ରତ୍ୟାହାର କରାଯାଉଥିବା ଦଳ ଅଭିଯୋଗ କରିଛି ।

ଏନଡିଏ ଅଧିକ ଆସନ ଜିତିଥିଲେ ମଧ୍ୟ ବିଜେପି , ନୀତୀଶଙ୍କ ଜେଡିୟୁଠାରୁ ଅଧିକ ଆସନ ଜିତିଛି । ତେଣୁ ବିଜେପି, ଆଉ ଜେଡିୟୁର ଜୁନିଅର ପାର୍ଟନର ହୋଇ ରହିନାହିଁ । ତେଣୁ ଏନଡିଏ ସରକାର ଗଠନ କଲେ ନୀତୀଶ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ , ସେ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଅବଶ୍ୟ ଦୁଇ ଦଳର କିଛି ନେତା ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ।

Comments are closed.