୧୦ ଜଣିଆ ଡକାୟତ ଗ୍ୟାଙ୍ଗକୁ ଠାବ କଲା ଗଂଜାମ ପୁରୁଷୋତମପୁର ପୋଲିସ, ସୁନା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଜବତ

ବ୍ରହ୍ମପୁର-ଗଂଜାମ ଜିଲ୍ଲା ପୁରୁଷୋତମପୁର ଚାଙ୍ଗୁଡିପଦର ସାହି ନିବାସୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରେ ହୋଇଥିବା ଡକାୟତିର ପର୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ  ମାଷ୍ଟରମାଇଣ୍ଡ ସମେତ ୧୦ ଜଣଙ୍କୁ ପୁରୁଷୋତମପୁର ପୋଲିସ ଗିରଫ କରିବା ସହ ଅଭିଯୋଗକାରୀଙ୍କ ଘରୁ ଚୋରି ହୋଇଯାଇଥିବା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର, ମୋବାଇଲ, ସିସିଟିଭିର ଡିଭିଆର୍ ଓ ଷ୍ଟାବିଲାଇଜର ଜବତ କରିଛି ପୋଲିସ ।

ଗତମାସ ୧୨-୧୩ ତାରିଖ ରାତିରେ ଚାଙ୍ଗୁଡିପଦର ଗାଁର ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ଚୋରି ହୋଇଥିଲା । ଆଲମିରା ଭାଙ୍ଗି ଚୋରମାନେ ସୁନା ଅଳଙ୍କାର, ନଗଦ ଟଙ୍କା ଓ ମୋବାଇଲ ଆଜି ଲୁଟି ନେଇଥିଲେ । ଏ ନେଇ ସେ ପୁରୁଷୋତମପୁର ଥାନାରେ ଅଭିଯୋଗ କଲା ପରେ ପୋଲିସ ପକ୍ଷରୁ ଚୋରିରେ ସଂପୃକ୍ତ ଲୋକଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ।

ପୋଲସ କହିଛି ଯେ, ଏହି ୩୦ ବର୍ଷିୟ କାଳିଆ ଓରଫ ଘନଶ୍ୟାମ ବେହେରା ନାମକ ଜଣେ ଯୁବକ ଏହି ଅପରାଧର ମାଷ୍ଟର ମାଇଣ୍ଡ । ଅଭିଯୋଗକାରୀଙ୍କ ସହାୟକ ଭାବେ କାମ କରୁଥିବା ନଈତଳ ସାହିର ୧୮ ବର୍ଷିୟ ଅମିତ ବେହେରାଠାରୁ ତଥ୍ୟ ସଂଗ୍ରହ କରି ସୁରେନ୍ଦ୍ର ନାୟକଙ୍କ ଘରେ ଡକାୟତି ପାଇଁ ଯୋଜନା ହୋଇଥିଲା । ପୋଲିସ ଅମିତକୁ ମଧ୍ୟ ଗିରଫ କରିଛି । ଗତକାଲି ପୋଲିସ ଏହି ଘଟଣାର ମାଷ୍ଟର ମାଇଣ୍ଡ୍  କାଳିଆ ଓରଫ ଘନଶ୍ୟାମ ବେହେରା ସମେତ ୧୦ ଜଣଙ୍କୁ ଗିରଫ କରିଛି ।

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସପି ବ୍ରିଜେଶ ରାୟ ବିସ୍ତୃତ ସୂଚନା ଦେଇଛନ୍ତି ।

Comments are closed.