ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ୍ ଙ୍କୁ ଏନସିବିର ଜେରା

ମୁମ୍ବାଇ – ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ରାଡାରରେ ବହୁ ବଲିଉଡ ସେଲିବ୍ରିଟି ଅଛନ୍ତି।

ନିକଟରେ ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଥିଲା। ଏନସିବି ରାମପାଲଙ୍କ ଘରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ନିଷିଦ୍ଧ ଡ୍ରଗ୍ସ ଏବଂ ଅନେକ କାଗଜପତ୍ର ଜବତ କରିଥିବାବେଳେ ଅର୍ଜୁନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ୧୧ ନଭେମ୍ବରରେ ହାଜର ହେବାକୁ ସମନ କରିଥିଲା। ଗାବ୍ରିଏଲା ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ଗାବ୍ରିଏଲାଙ୍କୁ ବହୁ ସମୟ ଧରି ଏନସିସି ଜେରା କରିଛି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବରରେ ଗାବ୍ରିଏଲାଙ୍କ ଭାଇ ଆଗିସିଲାଙ୍କୁ ଏନସିବି ଗିରଫ କରିଥିଲା। ପରେ ତାଙ୍କୁ ଏନଡିପିସି କୋର୍ଟ କିଛି ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଡକାଇବା ପୂର୍ବରୁ ଏନସିବି ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଡୱାଲାଙ୍କ ଘରେ ଚଢାଉ କରି ତାଙ୍କ ପତ୍ନୀ ଶବାନା ସଇଦଙ୍କୁ ଗିରଫ କରିଥିଲା। ଏନସିବି ଫିରୋଜ ନାଡିଆଡୱାଲାଙ୍କ ଘରୁ ମୋଟ ୭୧୭.୧ ଗ୍ରାମ ଗଞ୍ଜେଇ ଏବଂ ୯୫.୧ଗ୍ରାମ ଏମଡି ଜବତ କରିଥିଲା, ଯାହାର ମୂଲ୍ୟ ପ୍ରାୟ ୪ ଲକ୍ଷ ହେବ ।

Comments are closed.