ଏଲଓସିରେ ପାକ୍ ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବ, ଭାରତୀୟ ସେନାର ଆକ୍ରମଣରେ ୭ରୁ ୮ ପାକ୍ ସୈନ୍ୟ ନିହତ, ଲଂଚପ୍ୟାଡ୍, ଆର୍ମି ବଙ୍କର ଧ୍ୱସ୍ତ

ନୂଆଦିଲ୍ଲୀ – ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପାକ୍ ସେନାର ଗୁଳିଗୋଳା ବର୍ଷଣର ଦୃଢ ଜବାବ ଦେଇଛି ଭାରତୀୟ ସେନା । ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୭ରୁ ୮ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ଏଥିରେ ୧୦ରୁ ୧୨ ପାକ୍ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନ ବହୁ ଲଂଚ୍ ପ୍ୟାଡ୍, ଆର୍ମି ବଙ୍କର ଧ୍ୱଂସ ହୋଇଛି ।
ଏଲଓସି) ନିକଟବର୍ତ୍ତୀ ଚାରୋଟି ସେକ୍ଟରରେ ପାକିସ୍ତାନ ପଟୁ ଆଜି ଅସ୍ତ୍ର ବିରତି ଉଲ୍ଳଂଘନ ହୋଇଥିଲା । ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟର, କୁପୱାଡା ଜିଲ୍ଲା କେରନ ସେକ୍ଟରରେ ମଧ୍ୟ ଗୁଳି ବିନିମୟ ଘଟିଥିଲା । ବାରାମୁଲାର ଉରୀ ସେକ୍ଟରରେ ଭାରତୀୟ ପୋଷ୍ଟକୁ ଟାର୍ଗେଟ୍ କରାଯାଇଥିବା ବେଳେ ପୁଞ୍ଚ ଜିଲ୍ଲାର ସବଜୀନ ଅଞ୍ଚଳରେ ଗୁଳିମାଡ଼ କରାଯାଇଥିଲା । ଲଗାତାର ଚତୁର୍ଥ ଦିନ ପାଇଁ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି । ଜଣେ ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମକୁ ବି ପଣ୍ଡ କରାଯାଇଛି ।

Comments are closed.