କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ପାଇଁ ଥାନା ପୋଷ୍ଟିଂ ମନା : ଓଏଚଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ପାଇଁ କୌଣସି ଥାନାରେ ନିଯୁକ୍ତି ନ ଦେବାକୁ ଓଡିଶା ମାନବାଧିକାର କମିଶନ-ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଥାନା ଭିତରେ ଜଣେ ଯୁବକଙ୍କୁ ଗୋଇଠା ମାରିବା ଘଟଣାରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି । ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯାଏ ,ସେ ନେଇ ପ୍ରଶିକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି । ପୂର୍ବରୁ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରାଯାଇଥିଲା ।

Comments are closed.