ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୪୩୦କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୨ ଏବଂ ବରଗଡ, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments are closed.