ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପ୍ଲାଜମା ଦାନ

କଟକ – ଗୁରୁତର କୋଭିଡ୍ ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା ଏକ ବରଦାନ ସଦୃଶ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନାରୁ ସୁସ୍ଥ ହୋଇଥିବା ଲୋକେ ପ୍ଲାଜମା ଦାନ କରି ଆସୁଛନ୍ତି ।

ମନ୍ତ୍ରୀ ଓ ବିଧାୟକମାନେ ଏହି ମହତ୍ କାର୍ଯ୍ୟ କରୁଛନ୍ତି । ଆଜି କୋଭିଡ୍ ରୋଗୀଙ୍କ ସେବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ଲାଜମା ଦାନ କରିଛନ୍ତି । ମନ୍ତ୍ରୀ ପାଣିଗ୍ରାହୀ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନିଜର ପ୍ଲାଜମା ଦାନ କରିଛନ୍ତି ।

Comments are closed.