କ୍ୟାବିନେଟ ବୈଠକରେ କୋଭିଡ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସଂପର୍କିତ ସର୍ତ୍ତାବଳୀ ଅନୁମୋଦନ

ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ ବୈଠକରେ କୋଭିଡ ଟିକା ପାଇଁ ଡକାଯାଇଥିବା ଗ୍ଲୋବାଲ ଟେଣ୍ଡର ସଂପର୍କିତ ସର୍ତ୍ତାବଳୀ ଓ କାଗଜପତ୍ରକୁ ଅନୁମୋଦନ କରାଯାଇଛି । ଟିକା କଂପାନୀ ସହ ଗତ ୧୯ ତାରିଖରେ ପ୍ରିବିଡ୍ ଆଲୋଚନା ହୋଇଥିଲା ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ଟେଣ୍ଡର ପାଇଁ ଥିବା ସର୍ତ୍ତରେ କିଛି ସଂଶୋଧନ କରାଯାଇଛି । ସେହିସବୁ ସଂଶୋଧିତ ସର୍ତ୍ତକୁ ବୈଠକରେ ଅନୁମୋଦନ କରାଯାଇଛି । ଟେଣ୍ଡରରେ ବିଶ୍ୱର ସବୁ କଂପାନି ଯେପରି ସାମିଲ ହୋଇପାରିବେ, ସେ ନେଇ ବ୍ୟବସ୍ଥା ରହିଛି । ଶୀଘ୍ର ଟିକା କିଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କ୍ୟାବିନେଟ ବୈଠକ ପରେ କହିଛନ୍ତି ।

Comments are closed.