ଲୋକଙ୍କ ଏଟିଏମ କାର୍ଡ ବଦଳାଇ କୌଶଳକ୍ରମେ ଟଙ୍କା ଲୁଟୁଥିବା ୨ ଲୁଟେରା ଗଞ୍ଜାମ ଜିଲ୍ଲାରୁ ଗିରଫ

ବ୍ରହ୍ମପୁର- ଲୋକଙ୍କ ଏଟିଏମ କାର୍ଡ ନେଇ ଲୁଟୁଥିବା ୨ ଲୁଟେରାଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ଏହି ୨ ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଗଜପତି ଜିଲ୍ଲାର ୨୮ ବର୍ଷିୟ ସୀମାଂଚଳ ସାହୁ ଓ ଗଞ୍ଜାମ ଜିଲ୍ଲାର ୩୫ ବର୍ଷିୟ ଗୋବର୍ଧନ ପାତ୍ର । ଛତ୍ରପୁର ଥାନା ଅଧିନସ୍ଥ ହଂସପୁରର ନିତାଇ ପ୍ରଧାନ ବଡମାଧପୁର ସ୍ଥିତ ଏକ ଏଟିଏମରୁ ଟଙ୍କା ଉଠାଣ ବେଳେ ଜଣେ ଅଜଣା ଲୋକ ତାଙ୍କ ଏଟିଏମ ବଦଳାଇ କୌଶଳକ୍ରମେ ୬ ଲକ୍ଷ ୪ ହଜାର ୮ ଶହ ଟଙ୍କା ଉଠାଇ ନେଇଥିବା ନେଇ ପୋଲିସଠାରେ ଲିଖିତ ଅଭିଯୋଗ କରିଥିଲେ ।

ନିତାଇଙ୍କ ଅଭିଯୋଗ ପରେ ଛତ୍ରପୁର ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟେରାଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ବିଭିନ୍ନ ଅଂଚଳରେ ଏମାନେ କୌଶଳକ୍ରମେ ଲୋକଙ୍କ ଏଟିଏମ ବଦଳାଇ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଥିଲା । ପୋଲିସ ଗିରଫ ଲୁଟେରାଙ୍କଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା , ୧୦ଟି ଏଟିଏମ କାର୍ଡ, ସୁନା ମୁଦି , ୨ଟି ବାଇକ୍ ଓ ୩ଟି ମୋବାଇଲ ଜବତ କରିଛି । ବିଭିନ୍ନ ଜିଲ୍ଲାରୁ ଗତ ଦୁଇ ବର୍ଷ ଧରି ଲୋକଙ୍କ ଏଟିଏମ କୌଶଳକ୍ରମେ ବଦଳାଇ ଏମାନେ ଟଙ୍କା ଲୁଟୁଥିବା ପୋଲିସ କହିଛି ।

Comments are closed.