ବାତ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ବାତ୍ୟା ୟାଶ୍‌ର ସଫଳ ମୁକାବିଲା କରିଥିବାରୁ ପ୍ରଭାବିତ ଜିଲ୍ଲାଗୁଡିକର ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକ୍ ପ୍ରସ୍ତୁତି, ପରିସ୍ଥିତିର ଲଗାତର ତଦାରଖ, ତ୍ୱରିତ ଭାବେ ଜଳ ଏବଂ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନଗୁଡିକୁ ପ୍ରଶଂସା କରିଛନ୍ତି । ସଂକଟ ସମୟରେ ପ୍ରତିଟି ଜୀବନ ମୂଲ୍ୟବାନ ଉପରେ ଫୋକଲ୍ ରଖାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ନବୀନ ।

Comments are closed.