ଟିକା ଆମଦାନୀ ପାଇଁ ଆଜି ଖୋଲିବ ରାଜ୍ୟର ଗ୍ଲୋବାଲ ଟେଣ୍ଡର, ଅପରାହ୍ନରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ

ଭୁବନେଶ୍ୱର- କୋଭିଡ ଟିକା ଆମଦାନୀ ପାଇଁ ଆଜି ଖୋଲିବ ଓଡିଶା ସରକାରଙ୍କ ଗ୍ଲୋବାଲ ଟେଣ୍ଡର୍ । ଟିକା ପାଇଁ ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲା । ଆବେଦନର ଡେଡଲାଇନ୍ ଆଜି ଦିନ ୧୦ଟାରେ ସରିଛି ।

ଆଜି ଅପରାହ୍ନ ୫ଟାରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ । ଅଧିକ କଂପାନିଙ୍କୁ ଆକୃଷ୍ଟ କରିବାକୁ କିଛି ଦିନ ତଳେ ଟେଣ୍ଡର ସର୍ତ୍ତ ବଦଳାଇଥିଲେ ରାଜ୍ୟ ସରକାର । ୧୮ରୁ ୪୪ ବର୍ଷର ୨ କୋଟି ଲୋକଙ୍କୁ ମାଗଣା ଟିକା ଦେବେ ରାଜ୍ୟ ସରକାର ।

Comments are closed.