ଲକଡାଉନରେ ଲୁଟ୍ ଉଦ୍ୟମ, ରାଜଧାନୀରେ ମହିଳାଙ୍କୁ ଆକ୍ରମଣ

ଭୁବନେଶ୍ୱର- ଲକଡାଉନର ସୁଯୋଗ ନେଇ ଭୁବନେଶ୍ୱରରେ ମାତିଛନ୍ତି ଅପରାଧୀ । ଲୋକଙ୍କୁ ଏକୁଟିଆ ଦେଖି ଲୁଟେରାଙ୍କ ଦୌରାତ୍ମ୍ୟ ବଢିଯାଇଛି । ଆଜି ରାଜଧାନୀର ନୟାପଲ୍ଲୀ ଭିଆଇରି ରୋଡ୍‌ରେ ଜଣେ ମହିଳାଙ୍କ ବେକ କାଟି ଲୁଟ୍ ଉଦ୍ୟମ ହୋଇଛି । ମହିଳାଜଣକ ପରିବା ଆଣିବା ପାଇଁ ବାହାରି ଥିବା ବେଳେ ଜଣେ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲା । ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି । ମହିଳା ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.