କୋଭିଡରେ ଆଖି ବୁଜିଲେ ବେଲଗୁଣ୍ଠା ବ୍ଲକ୍ ଉଡରା ସରପଂଚ ଟୁକୁନା ସାମଲ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଉଡରା ସରପଂଚ ଟୁକୁନା ସାମଲଙ୍କ ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ କୋରୋନାରେ ଆକ୍ରାନ୍ତ ଥିଲେ । ବ୍ରହ୍ମପୁର ଟାଟା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ଟୁକୁନା । ୧୫ ଦିନ ତଳେ ଅକ୍ସିଜେନ ସ୍ତର ହ୍ରାସ ହେବାରୁ ଟୁକୁନାଙ୍କୁ ପ୍ରଥମେ ଭଞ୍ଜନଗର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଟା କୋଭିଡ ହସପିଟାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଟୁକୁନାଙ୍କ ଆଜି ସକାଳ ୮ଟାରେ ମୃତ୍ୟୁ ହୋଇଛି । ଟୁକୁନାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ ଓ ଅମାୟିକ ବ୍ୟକ୍ତି ଥିଲେ ।

Comments are closed.