ପଶ୍ଚିମବଙ୍ଗରେ ଭାକ୍ସିନ ସାର୍ଟିଫିକେଟ୍‌ରେ ମୋଦିଙ୍କ ପରିବର୍ତ୍ତେ ମମତାଙ୍କ ଫଟୋ

କୋଲକାତା: ଛତିଶଗଡ଼, ଝାଡ଼ଖଣ୍ଡ ଓ ପଞ୍ଜାବ ପରେ ଏବେ ପଶ୍ଚିମବଙ୍ଗରେ ବି ଭାକ୍ସିନ ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ସହ ତିକ୍ତତା ମଧ୍ୟରେ ପଶ୍ଚିମବଙ୍ଗ ସରକାର ଏବେ ରାଜ୍ୟରେ ଲୋକଙ୍କୁ ଦିଆଯାଉଥିବା ଭାକ୍ସିନ ସାର୍ଟିଫିକେଟରେ ମୋଦିଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଛପାଯାଇଛି । ରାଜ୍ୟ ସରକାର ଯେତିକି ଭାକ୍ସିନ କିଣିବେ ସେହି ସବୁ ଭାକ୍ସିନ ସାର୍ଟିଫିକେଟ୍‌ରେ ମମତାଙ୍କ ଫଟୋ ରହିବ ବୋଲି କୁହାଯାଇଛି । ୧୮-୪୪ ବର୍ଷ ବୟସବର୍ଗର ହିତାଧିକାରୀଙ୍କୁ ଦିଆଯାଉଥିବା ଭାକ୍ସିନ ସାର୍ଟିଫିକେଟ୍‌ରେ ମମତାଙ୍କ ଫଟୋ ରହିଛି ।

ଭାକ୍ସିନ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋର ଯର୍ଥାଥତାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି । ଏଥିପାଇଁ ମୋଦିଙ୍କୁ ବିରୋଧୀ ବହୁଥର ସମାଲୋଚନା କରିଛନ୍ତି । ପୂର୍ବରୁ ଛତିଶଗଡ଼ରେ ମଧ୍ୟ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ଦିଆଯାଇଥିଲା । ରାଜ୍ୟରେ ୧୮-୪୪ ହିତାଧିକାରୀଙ୍କୁ ଦିଆଯାଉଥିବା ଟିକା ସାର୍ଟିଫିକେଟ୍‌ରେ ମୋଦିଙ୍କ ଫଟୋ ବଦଳରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଫଟୋ ରହିଛି । ଝାଡ଼ଖଣ୍ଡ ଓ ପଞ୍ଜାବ ମଧ୍ୟ ଟିକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇଛନ୍ତି ।

Comments are closed.