ଟ୍ୱିଟର ବ୍ୟାନ୍ ପରେ ନାଇଜେରିଆରେ ‘କୁ’ର ଏଣ୍ଟ୍ରି

ନୂଆଦିଲ୍ଳୀ: ସୋସିଆଲ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ‘କୁ’ ଏବେ ନାଇଜେରିଆରେ ପ୍ରବେଶ କରିଛି । ନାଇଜେରିଆ ସରକାର ଟ୍ୱିଟରକୁ ବ୍ୟାନ୍ କରିବା ପରେ ‘କୁ’ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆ ସରକାରଙ୍କ ନିଷ୍ପତ୍ତିକୁ ‘କୁ’ର ସହ ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣା ସ୍ୱାଗତ କରିଛନ୍ତି । ନାଇଜେରିଆ ସରକାରଙ୍କ ଅଫିସିଆଲ ହ୍ୟାଣ୍ଡେଲକୁ ଆମେ ସ୍ୱାଗତ କରୁଛୁ । ‘କୁ’ ଏବେ ଦେଶ ବାହାରେ ମଧ୍ୟ ଉପଲବ୍ଧ ବୋଲି ଅପ୍ରମେୟ କହିଛନ୍ତି ।

ରାଷ୍ଟ୍ରପତି ମହମ୍ମଦଦ୍ଦୁ ବୁହାରୀଙ୍କ ଏକ ଟ୍ୱିଟ୍‌କୁ ଟ୍ୱିଟର ହଟାଇଦେବା ପରେ ଜୁନ୍ ୫ରେ ଏହି ସୋସିଆଲ ମିଡିଆ କମ୍ପାନୀକୁ ନାଇଜେରିଆ ସରକାର ବ୍ୟାନ୍‌୍ କରିଥିଲେ । ନାଇଜେରିଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଥିଲେ । ନାଇଜେରିଆରେ ଟ୍ୱିଟର ବ୍ୟାନ୍‌ର ସୁଯୋଗ ନେଇଥିଲା ‘କୁ’ । ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଆଫ୍ରିକାରେ ନିଜ କାରବାର ଆରମ୍ଭ କରିବାକୁ ଘୋଷଣା କରିଥିଲା । ଏହାସହ ସ୍ଥାନୀୟ ଭାଷାରେ ମଧ୍ୟ ସେବା ଉପଲବ୍ଧ ହେବ ବୋଲି ‘କୁ’ ପକ୍ଷରୁ ଘୋଷଣା କରାଯାଇଥିଲା ।

ଟ୍ୱିଟର ସହ ଭାରତ ସରକାରଙ୍କ ବିବାଦ ମଧ୍ୟରେ ଅନେକ କେନ୍ଦ୍ରମନ୍ତ୍ରୀ ‘କୁ’ରେ ନିଜ ଆକାଉଣ୍ଟ ଖୋଲିଛନ୍ତି ।

Comments are closed.