ବିଶ୍ୱ ଶିଶୁ ଶ୍ରମ ନିରୋଧୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଶିଶୁ ଶ୍ରମ ନିରୋଧୀ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ଦେଶର ଭବିଷ୍ୟତ ପିଲାମାନଙ୍କୁ ଦିଆଯାଇଥିବା ସୁଯୋଗ ଉପରେ ନିର୍ଭର କରେ । ବିଶ୍ୱ ଶିଶୁ ଶ୍ରମ ନିରୋଧୀ ଦିବସରେ ଶିଶୁ ଶ୍ରମିକ ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ସଂକଳ୍ପ ସହ ସେମାନଙ୍କ ସୁଖ ଓ ସମୃଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.