ରାଜ୍ୟରେ ୪ ହଜାର ୪୬୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆହୁରି କମିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ୪ ହଜାର ୪୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୫୪୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୨, କଟକରୁ ୪୧୩, ଯାଜପୁରରୁ ୩୭୦, ବାଲେଶ୍ୱରରୁ ୩୧୮, ଢେଙ୍କାନାଳରୁ ୨୫୨, ପୁରୀରୁ ୨୪୩, ଅନୁଗୁଳରୁ ୨୨୬ ଓ ମୟୂରଭଞ୍ଜରୁ ୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରୁ ୧୬୫, ଜଗତସିଂହପୁରରୁ ୧୪୦, ରାୟଗଡାରୁ ୧୩୭, ନୟାଗଡରୁ ୧୨୮, ନବରଙ୍ଗପୁରରୁ ୧୧୮, ସୁନ୍ଦରଗଡରୁ ୧୦୩, କେନ୍ଦୁଝରରୁ ୯୬, କଳାହାଣ୍ଡିରୁ ୯୨, ବୌଦ୍ଧରୁ ୯୦, କୋରାପୁଟରୁ ୮୭, ବରଗଡରୁ ୮୫, ମାଲକାନଗିରିରୁ ୭୫, ସମ୍ବଲପୁରରୁ ୬୧, ସୁବର୍ଣ୍ଣପୁରରୁ ୬୦, କେନ୍ଦ୍ରାପଡାରୁ ୫୯, ବଲାଙ୍ଗିରରୁ ୫୬, ଗଞ୍ଜାମରୁ ୪୩, କନ୍ଧମାଳରୁ ୨୮, ଝାରସୁଗୁଡାରୁ ୨୭, ଗଜପତିରୁ ୨୬, ଦେବଗଡରୁ ୨୩ ଓ ନୂଆପଡାରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୮୯ ହଜାର ୬୬ ରୋଗୀ । ୫୯ ହଜାର ୩୬୧ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.