କରୋନା ଅପଡେଟ୍‌: ୭୫ ଦିନ ପରେ ସବୁଠୁ କମ୍ ମାମଲା, ୬୦,୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୨୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀର ପ୍ରକୋପ କମିବାରେ ଲାଗିଛି । ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୦,୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୫ ଦିନ ପରେ ଦେଶରେ ସବୁଠାରୁ କମ୍ କୋଭିଡ୍ ମାମଲା ରେକର୍ଡ କରାଯାଇଛି ।

ସଂକ୍ରମଣ କମୁଥିଲେ ମଧ୍ୟ ଭାରତରେ ଏବେ ବି ଦୈନିକ ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦିନକରେ କୋଭିଡ୍‌-୧୯ ଯୋଗୁଁ ଆଉ ୨୭୨୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ଆଉ ୧ ଲକ୍ଷ ୧୭ ହଜାର ୫୨୫ ରୋଗୀ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୯୫ ହଜାର ୭୦ ହଜାର ୪୭୧ରେ ପହଞ୍ଚିଛି । ଏହି ମହାମାରୀ ଏଯାବତ୍ ୩ ଲକ୍ଷ ୭୭ ହଜାର ୩୧ ଲୋକଙ୍କ ଜୀବନ ନେଲାଣି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୮୨ ଲକ୍ଷ ୮୦ ହଜାର ୪୭୨କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ କମିବାରେ ଲାଗିଛି । ଏବେ ଦେଶରେ ୯ ଲକ୍ଷ ୧୩ ହଜାର ୩୬୮ ସକ୍ରିୟ ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

ଦେଶରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଅଭିଯାନ ଜାରି ରହିଛି । ଏଯାବତ୍ ୨୫ କୋଟି ୯୦ ଲକ୍ଷ ୪୪ ହଜାର ୭୨ ଟିକା ଡୋଜ୍ ଦିଆଯାଇଛି ।

Comments are closed.