ଦେଶରେ ଆଉ ୨୯,୧୬୩ ନୂଆ ଆକ୍ରାନ୍ତ, ଚାରି ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ – ଦେଶରେ କରୋନା ଗ୍ରାଫ୍ କ୍ରମାଗତ ଭାବେ ତଳକୁ ଖସୁଛି । ଗତ ୨୪ ଘଣ୍ଟାରେ ଆଉ ୨୯,୧୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଚାରିମାସରେ ଏହା ସର୍ବନିମ୍ନ ଦୈନିକ ମାମଲା । ଚାରି ମାସରେ ପ୍ରଥମ ଥର ଦୈନିକ ମାମଲା ୩୦ ହଜାର ତଳକୁ ଖସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୮,୭୪,୨୯୧ରେ ପହଞ୍ଚିଛି ।

ଦିନକରେ ଆଉ ୪୪୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତକ ସଂଖ୍ୟା ୧,୩୦, ୫୧୯କୁ ବୃଦ୍ଧି ପାଇଛି । ଭାରତରେ ସୁସ୍ଥ ହାର ମଧ୍ୟ ବଢୁଛି । ଗତ ୨୪ ଘଣ୍ଟାରେ ଆଉ ଆଉ ୪୦,୭୯୧ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏଥରକୁ ମିଶାଇ ଗତ ୪୫ ଦିନ ଧରି ଦୈନିକ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଦେଶରେ ଏଯାବତ ୮୨,୯୦,୩୭୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ମୋଟ ସକ୍ରିୟ ମାମଲା ୪.୫୩ ଲକ୍ଷ ରହିଛି ।

Comments are closed.