ଦେବସ୍ନାନ ପୂର୍ଣ୍ଣିମା ନେଇ ଦଇତାପତି ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ – ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ନେଇ ଦଇତାପତି ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । କୋଭିଡ କଟକଣାରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି କିଭଳି ପରିଚାଳନା ହେବ,ସେ ନେଇ ଆଲୋଚନା କରାଯିବ । ସୂଚନାଯୋଗ୍ୟ ଯେ, ଏ ବର୍ଷ ମଧ୍ୟ କୋଭିଡ ପରିସ୍ଥିତି ଦୃଷ୍ଟିରୁ ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ବିନା ଭକ୍ତର ଆୟୋଜନ ହେବ । ଏହି ମାସ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡୁଛି ।

ଏଣେ ରଥ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରଥଖଳାରେ ବିଶ୍ୱକର୍ମାଙ୍କ ସହ ଆଲୋଚନା କରି ରଥନିର୍ମାଣର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Comments are closed.