କରୋନା ଅପଡେଟ୍‌: ୨୪ ଘଣ୍ଟାରେ ଦେଶରେ ୬୨ ହଜାର ନୂଆ ମାମଲା, ୨୫୪୨ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ପ୍ରକୋପ କ୍ରମାଗତ ଶିଥିଳ ପଡୁଛି । ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୨ ହଜାର ୨୨୪ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉଙ ୨୫୪୨ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ କରୋନା ମାମଲା ୨ କୋଟି ୯୬ ହଜାର ୩୩ ହଜାର ୧୦୫ରେ ପହଞ୍ଚିଛି । ଏଥିମଧ୍ୟରୁ ଏଯାବତ୍ ୩ ଲକ୍ଷ ୭୯ ହଜାର ୫୭୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୨କୋଟି ୮୩ ଲକ୍ଷ ୮୮ ହଜାର ୧୦୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ମାମଲା ମଧ୍ୟ କମିବାରେ ଲାଗିଛି । ଭାରତରେ ଏବେ ୮ ଲକ୍ଷ ୬୫ ହଜାର ୪୩୨ ସକ୍ରିୟ ରୋଗୀ ଅଛନ୍ତି । ଜୁନ୍ ୧୫ ସୁଦ୍ଧା ଦେଶରେ ମୋଟ ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଟିକା ଡୋଜ୍ ଦିଆଯାଇଛି ।

Comments are closed.