ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ୨ଟି ଜାଗାର ସର୍ଭେ

ଭୁବନେଶ୍ୱର- ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ-ଏଏଆଇ ର ବୈଷୟିକ କମିଟି ପକ୍ଷରୁ ସର୍ଭେ କରାଯାଇଛି । ସର୍ଭେରେ ଦିଲ୍ଲୀର ୪ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ସାମିଲ ହୋଇଥିଲେ । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳର ଜାଗା ସର୍ଭେ କରାଯାଇଛି । ଏହାସହ ବାଲୁଖଣ୍ଡ ଅଂଚଳର ଦୁଇଟି ଜାଗା ପରିଦର୍ଶନ କରିବେ ସର୍ଭେ ଟିମ୍ । ଏଏଆଇର ବୈଷୟିକ ଟିମ୍ ସହ ପୁରୀ ଜିଲ୍ଲାପାଳ ସମର୍ଥବର୍ମା ଓ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ ଷ ସର୍ଭେ ଟିମ୍ ଜମିର ମାପ ଓ କାଗଜପତ୍ରର ଅନୁଧ୍ୟାନ କରିଛନ୍ତି । ପୁରୀ ଭଳି ଏକ ଲୋକପ୍ରିୟ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳୀରେ ବିମାନବନ୍ଦର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ବିମାନବନ୍ଦରର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.