ୟୁଜି ଓ ପିଜି ଫାଇନାଲ ପରୀକ୍ଷା ଅନଲାଇନରେ ହେବ

ଭୁବନେଶ୍ୱର- ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଜୁଲାଇ ଓ ଅଗଷ୍ଟ ମାସରେ ଅନଲାଇନ ମୋଡ୍‌ରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ଘୋଷଣା କରିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ପରୀକ୍ଷା ଅନଲାଇନ କରିବା ନେଇ ନିଷ୍ପତ୍ତି ହୋଇଛି । ପରୀକ୍ଷା ତାରିଖ ସଂପୃକ୍ତ ବିଶ୍ୱବିଦ୍ୟାଳୟ ବା ସ୍ୱଂୟଶାସିତ କଲେଜ ତରଫରୁ ଘୋଷଣା କରାଯିବ ।

ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ । ପରୀକ୍ଷା କେମିତି କରାଯିବ, ସେ ନେଇ ଗତ ୧୨ ତାରିଖରେ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଏ ସଂପର୍କରେ ଛାତ୍ରଛାତ୍ରୀଙ୍କ ମତାମତ ନେବାକୁ ୭ ଦିନ ସମୟ ଦିଆଯାଇଥିଲା । ଆଜି କୁଳପତିମାନଙ୍କ ସହ ବିଭାଗୀୟ ମନ୍ତ୍ରୀଙ୍କ ବୈଠକ ପରେ ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ହୋଇଛି ।

Comments are closed.