ଜୁନ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ଜୁନ୍ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କରାଯିବ । ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, କୋରୋନାର ତୃତୀୟ ପ୍ରବାହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଏସଓପି ପଠାଇ ଦିଆଯାଇଛି । ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଶିଶୁଙ୍କ ପାଇଁ ୨ ହଜାର ୩୯୦ ବେଡ୍ ଓ ୬୧୦ଟି ଆଇସିୟୁ ପ୍ରସ୍ତୁତ ରଖାଯାଇଛି । ଅକ୍ସିଜେନ ଓ ମେଡିସିନ ମଧ୍ୟ ମହଜୁଦ ରହିଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ପ୍ରଶିକ୍ଷଣ ବି ସରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.