ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ଦକ୍ଷତା ବିକାଶ ପାଇଁ କ୍ରାସ୍ କୋର୍ସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତୃତୀୟ ଲହରୀର ଆଶଙ୍କାକୁ ଦୃଷ୍ଟିରେ ରଖି ଦେଶର ପ୍ରାୟ ଏକ ଲକ୍ଷ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ପାଇଁ କ୍ରାସ୍ କୋର୍ସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୨୬ ରାଜ୍ୟରେ ଏହି କ୍ରାସ୍ କୋର୍ସ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ପ୍ରାୟ ୧୧୧ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଏହି କ୍ରାସ୍ କୋର୍ସ ଆରମ୍ଭ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରୁ କରୋନା ସଙ୍କଟ ଦୂର ହୋଇଛି । ଏଥିପାଇଁ ଆମକୁ ସତର୍କ ରହିବାକୁ ପଡିବ । କରୋନା କ୍ରମାଗତ ରୂପ ବଦଳାଉଛି । ଦ୍ୱିତୀୟ ଲହରୀରେ ଆମେ ଦେଖିଲେ ଏହି ଭାଇରସ୍ ରୂପ ବଦଳାଇ କିପରି ଆମ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରୁଛି । ଏବେ ବି ଭାଇରସ୍ ଆମ ଗହଣରେ ଅଛି । ଏଥିପାଇଁ ଆମକୁ ସତର୍କ ରହି ସମ୍ଭାବ୍ୟ ତୃତୀୟ ଲହରୀର ସାମ୍ନା କରିବାକୁ ପ୍ରସ୍ତୁତ ହେବାକୁ ପଡିବ । ଏହି ଲକ୍ଷ୍ୟ ନେଇ ଏକ ଲକ୍ଷ ଫ୍ରଣ୍ଟଲାଇନ୍ କୋଭିଡ୍ ଯୋଦ୍ଧାଙ୍କ ପାଇଁ କ୍ରସ୍ କୋର୍ସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦେଶବାସୀଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ମଧ୍ୟ ଆମେ ସଂକଳ୍ପବଦ୍ଧ ବୋଲି ମୋଦି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନୂଆ ଟିକା ନୀତି ଜୁନ୍ ୨୧ରୁ ଲାଗୁ ହେବ । ନିକଟରେ ମୋଦି ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କର ଲୋକଙ୍କୁ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ ।

Comments are closed.