ଘରୋଇ ହସପିଟାଲକୁ ଆଉ କୋଭିଡ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟର ଘରୋଇ ହସପିଟାଲଗୁଡିକୁ ରାଜ୍ୟ ସରକାର ଆଉ ଟିକା ଯୋଗାଣ କରିବେ ନାହିଁ । ସରକାର ଟିକା କିଣି ଘରୋଇ ହସପିଟାଲଗୁଡିରକୁ ଯୋଗାଉ ଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ନୂଆ କୋଭିଡ ଟିକାକରଣ ନୀତି ପରେ ରାଜ୍ୟ ସରକାର ଆଉ ଘରୋଇ ହସପିଟାଲକୁ ଟିକା ଦେବେ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ନେଇ ସମସ୍ତ ଜିଲ୍ଲାପାଳ, ମହାନଗର କମିସନର ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ପାଇଁ ରାଜ୍ୟ ସରକାର ଘରୋଇ ହସପିଟାଲଗୁଡିକରେ ସରକାରୀ କୋଭିଡ ଟିକାକରମ କେନ୍ଦ୍ର ଖୋଲିଥିଲେ । ସେଠାରେ ରାଜ୍ୟ ସରକାର କିଣିଥିବା କୋଭିଡ ଟିକା ବଂଟନ ପାଇଁ ନିଷ୍ପତ୍ତି ହୋଇଥିଲା । ମେ ୮ ତାରିଖରେ ରାଜ୍ୟ ସରକାର ଏ ନେଇ ନିର୍ଦ୍ଦେଶନାମା ଜାରି କରିବା ସହ ୧୫୦ ଟଙ୍କା ୟୁଜର୍ସ ଫି’ ଦେଇ ଘରୋଇ ହସପିଟାଲରେ ସାଧାରଣ ଲୋକେ ଏହି ସରକାରୀ ଟିକା ନେଇପାରିବେ ବୋଲି କହିଥିଲେ । ମାତ୍ର ଏବେ ନୂଆ ଟିକାକରଣ ନୀତି ଦ୍ୱାରା ୧୮ ବର୍ଷ ବୟସରୁ ଅଧିକ ସମସ୍ତ ନାଗରିକଙ୍କ ପାଇଁ କୋଭିଡ ଟିକା ଏଣିକି କେନ୍ଦ୍ର ସରକାର ଦେବେ ।

Comments are closed.