ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ ପାଇପାରିବେ ପରୀକ୍ଷାର୍ଥୀ । OR01 space Roll No ଲେଖି 5676750 କୁ ଏସଏମଏସ ପଠାଇବାକୁ ପଡିବ । ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।

କୋଭିଡ ଯୋଗୁଁ ଏପ୍ରିଲ ୨୧ ତାରିଖରେ ପରୀକ୍ଷା ବାତିଲ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ କରାଯାଉଛି । ଯଦି କୌଣସି ଛାତ୍ରଛାତ୍ରୀ ଫଳକୁ ନେଇ ଅସନ୍ତୁଷ୍ଟ, ତାହା ହେଲେ ସେମାନେ ଇଚ୍ଛାଧୀନ ପରୀକ୍ଷା ଦେଇପାରିବେ । କୋଭିଡ ସ୍ଥିତି ସୁଧୁରିଲେ ହିଁ ଇଚ୍ଛାଧୀନ ପରୀକ୍ଷା ହେବ ।

Comments are closed.