ଦୈନିକ କୋରୋନା ସଂକ୍ରମଣ ପୁଣି ୩ ହଜାର ତଳେ, ଦିନକରେ ୨ ହଜାର ୯୧୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଦୁଇ ଦିନର ଉପରମୁହାଁ ଗତି ପରେ ପୁଣି ହ୍ରାସ ହୋଇଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୯୧୨ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୭୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୧, କଟକରୁ ୩୮୨, ଯାଜପୁରରୁ ୨୯୨, ବାଲେଶ୍ୱରରୁ ୨୨୦, ମୟୂରଭଞ୍ଜରୁ ୧୭୪, ପୁରୀରୁ ୧୬୧, ନୟାଗଡରୁ ୧୪୦, ଭଦ୍ରକରୁ ୧୩୬, ଜଗତସିଂହପୁରରୁ ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟାନ୍ୟ ଜିଲ୍ଲା ମଧ୍ୟରୁ ସୁନ୍ଦରଗଡରୁ ୭୧, କେନ୍ଦ୍ରାପଡାରୁ ୭୧, କେନ୍ଦୁଝରରୁ ୭୦, କୋରାପୁଟରୁ ୫୪, ରାୟଗଡାରୁ ୫୨, ନବରଙ୍ଗପୁରରୁ ୫୦, ମାଲକାନଗିରିରୁ ୪୯, ଢେଙ୍କାନାଳରୁ ୪୨, କନ୍ଧମାଳରୁ ୩୬, କଳାହାଣ୍ଡିରୁ ୩୫, ବରଗଡରୁ ୩୧, ସମ୍ବଲପୁରରୁ ୩୦, ଗଞ୍ଜାମରୁ ୧୮, ବୌଦ୍ଧରୁ ୧୮, ଝାରସୁଗୁଡାରୁ ୧୪, ଗଜପତିରୁ ୧୩, ବଲାଙ୍ଗିରରୁ ୧୨, ସୋନପୁରରୁ ୧୩, ନୂଆପଡାରୁ ୮ ଓ ଦେବଗଡରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି । ଏଥରୁ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୫ ହଜାର ୪୯୮ । ସକ୍ରିୟ ମାମଲା ସଂଖ୍ୟା ରହିଛି ୩୩ ହଜାର ୧୫୬ ।

Comments are closed.