ରାଜ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ଟପିଲା, ଦିନକରେ ୩୪୦୮ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ପାର୍ କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୪୦୮ କୋରୋନା ସଂକ୍ରମିତ । ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୯୪୩ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୫୩, ଯାଜପୁରରୁ ୨୫୮, ବାଲେଶ୍ୱରରୁ ୨୫୧, ପୁରୀରୁ ୨୧୫, ଭଦ୍ରକରୁ ୧୬୯, ନୟାଗଡରୁ ୧୬୦, ମୟୂରଭଞ୍ଜରୁ ୧୫୮, କେନ୍ଦ୍ରାପଡାରୁ ୧୧୦, ଜଗତସିଂହପୁରରୁ ୧୦୩, ଅନୁଗୁଳରୁ ୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାୟଗଡାରୁ ୭୭, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ଢେଙ୍କାନାଳରୁ ୭୩, କେନ୍ଦୁଝରରୁ ୭୦, ନବରଙ୍ଗପୁରରୁ ୪୩, ସୁନ୍ଦରଗଡରୁ ୩୭, ବୌଦ୍ଧରୁ ୨୮, ସମ୍ବଲପୁରରୁ ୨୮, ବରଗଡରୁ ୨୪, ବଲାଙ୍ଗିରରୁ ୨୨,କନ୍ଧମାଳରୁ ୧୯, ଝାରସୁଗୁଡାରୁ ୧୯, ଗଞ୍ଜାମରୁ ୧୭,ସୁବର୍ଣ୍ଣପୁରରୁ ୧୬, କଳାହାଣ୍ଡିରୁ ୧୫, ଗଜପତିରୁ ୧୪, ନୂଆପଡାରୁ ୬ ଓ ଦେବଗଡରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୪୭୦ରେ ପହଂଚିଛି । ୮ ଲକ୍ଷ ୬୩ ହଜାର ୮୨୪ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୩୨ ହଜାର ୭୦୬ ରହିଛି ।

Comments are closed.