ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ପତି ରାଜ କୌଶଲଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ପତି ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ରାଜ କୌଶଲଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଫିଲ୍ମ ନିର୍ମାତା ଅନିର୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ମନ୍ଦିରା ଓ ରାଜଙ୍କ ବିବାହ ୧୯୯୯ରେ ହୋଇଥିଲା । ସେମାନଙ୍କ ଦୁଇଟି ସନ୍ତାନ ଅଛନ୍ତି ।

ରାଜ କୌଶଲ ଜଣେ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଫିଲ୍ମ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ପାଦ ଦେଇଥିଲେ । ଆନ୍ଥୋନି କୌନ ହୈ (୨୦୦୬), ଶାଦି କା ଲଡୁ (୨୦୦୪), ପ୍ୟାର ମେଁ କଭି କଭି (୧୯୯୯) ଫିଲ୍ମର ନିର୍ଦ୍ଦେଶକ ଥିଲେ ରାଜ । ରାଜଙ୍କ ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Comments are closed.