ପୁଣି ହସ୍ପିଟାଲ୍‌ରେ ଦିଲୀପ କୁମାର

ମୁମ୍ବାଇ: ବର୍ଷିୟାନ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁଁ ତାଙ୍କୁ ପୁଣିଥରେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଚଳିତ ମାସ ଆରମ୍ଭରେ ସେ ଏହି ସମସ୍ୟା ପାଇଁ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।

‘ଟ୍ରାଜେଡ଼ି କିଙ୍ଗ୍‌’ ଭାବେ ପରିଚିତ ଏହ ୯୮ ବର୍ଷୀୟ ଅଭିନେତାଙ୍କୁ ଆଇସିୟରୁରେ ଭର୍ତ୍ତ କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍ ଅଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଦିଲୀପ କୁମାରଙ୍କୁ ଗତାକଲି ରାତିରେ ହସ୍ପିଟାଲକୁ ଅଣାଯାଇଥିଲା । ବୟସାଧିକ୍ୟ ଏବଂ ତାଙ୍କର ଶ୍ୱାସ ଜନିତ ସମସ୍ୟା ଦୃଷ୍ଟିରୁ ସତର୍କତା ମୂଳକ ପଦକ୍ଷେପ ଭାବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଏହି ଭେଟେରାନ ଅଭିନେତାଙ୍କ ଜଣେ ପାଖ ଲୋକ କହିଛନ୍ତି ।

Comments are closed.