କାଳିଆ ହିତାଧିକାରୀଙ୍କୁ ଆଜି ଦିଆଯିବ କୋଭିଡ ସହାୟତା

ଭୁବନେଶ୍ୱର- କାଳିଆ ହିତାଧିକାରୀଙ୍କୁ କୋଭିଡ ସହାୟତା ଆଜି ପ୍ରଦାନ କରାଯିବ । ଏହି ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢେ ୫ଟାରେ ଏହାର ଶୁଭାରମ୍ଭ କରିବେ । ପୂର୍ବରୁ ମେ ମାସ ୧୪ ତାରିଖରେ କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ଯାଇଥିଲା ୯୨୦ କୋଟି ଟଙ୍କା । ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ୍ ଖାତାରେ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିଲା ।

Comments are closed.