ଜୁଲାଇ ଗାଇଲାଇନ୍ସ ପୂର୍ବରୁ ଚିନ୍ତା ବଢାଇଲା ଉପକୂଳରେ ଦୈନିକ ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୩ ହଜାର ୩୭୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୯୨୨ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୪୯ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦କୁ ବୃଦ୍ଧି ହୋଇଛି । ଏ ଯାଏଁ ୮ ଲକ୍ଷ ୭୪ ହଜାର ୩୦୭ ରୋଗୀ ସୁସ୍ଥ ହୋଇସାରିଛନ୍ତି । ୩୧ ହଜାର ୪୨୨ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦, କଟକରୁ ୪୬୮, ବାଲେଶ୍ୱରରୁ ୨୫୮, ମୟୂରଭଞ୍ଜରୁ ୨୨୨, କେନ୍ଦ୍ରାପଡାରୁ ୨୧୯, ଯାଜପୁରରୁ ୨୧୦, ପୁରୀରୁ ୧୯୩, ଭଦ୍ରକରୁ ୧୭୬, ଜଗତସିଂହପୁରରୁ ୧୩୫, ନୟାଗଡରୁ ୧୩୫, ଅନୁଗୁଳରୁ ୯୩ , ମାଲକାନଗିରିରୁ ୮୦, ସୁନ୍ଦରଗଡରୁ ୭୨, କେନ୍ଦୁଝରରୁ ୭୦, ରାୟଗଡାରୁ ୫୯, ଢେଙ୍କାନାଳରୁ ୫୮, କୋରାପୁଟରୁ ୫୨, ବରଗଡରୁ ୩୬, ବରଗଡରୁ ୩୫, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୨୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ଗଞ୍ଜାମରୁ ୨୧, ବୌଦ୍ଧରୁ ୧୯, ଝାରସୁଗୁଡାରୁ ୧୫, ବଲାଙ୍ଗିରରୁ ୧୨, ଗଜପତିରୁ ୧୨, କଳାହାଣ୍ଡିରୁ ୧୧, ନୂଆପଡାରୁ ୮ ଓ ଦେବଗଜରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.