୧୧ରେ ହୀରାକୁଦ ଛାଡିବ ଏବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତା ୧୧ ତାରିଖରେ ହୀରାକୁଦ ବନ୍ଧରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଆଜି ଏନେଇ ବନ୍ଧ କର୍ତୁପଖ୍ୟ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଆଜି ଜଳସ୍ତର ୬୦୭.୫୮ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୫୦ ହଜାର କ୍ୟସେକ୍ ପାଣି ପଶୁଛି । ସେହିପରି ବିଭିନ୍ନ କେନାଲ, ପାଓ୍ବାର ହାଉସ ଦେଇ ମୋଟ୍ ୨୩୭୭୦ କ୍ୟୁସେକ ନିଷ୍କାସିତ ହେଉଛି ।

ତେବେ ବର୍ଧିତ ଜଳସ୍ତରକୁ ଦେଖି ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରଥମ ବନ୍ୟାଜଳ ନିଷ୍କାସନ କରିବାକୁ କର୍ତୁପଖ୍ୟ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବନ୍ଧର ତଳ ପାର୍ଶ୍ବ ମହାନଦୀକୁ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି । ବନ୍ଧ ଗେଟ୍ ଖୋଲିବାର ୨ ଘଣ୍ଟା ପୂର୍ବରୁ ଅନବରତ ସାଇରନ ବାଜିବ । ସେପଟେ ଏହାକୁ ନେଇ ତଳମୁଣ୍ଡର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.