ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେଲା ପରେ ସିଂହଦ୍ୱାରରେ ତିନିରଥ, ଆଜି ମହାପ୍ରଭୁଙ୍କ ଉଭାଯାତ୍ରା

ଭୁବନେଶ୍ୱର- ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ବଡ ଭାଇ ବଳଭଦ୍ର ଓ ଉଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ଠାକୁର । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଜି ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହୋଇଛି ଆଜ୍ଞାମାଳ । ସକାଳ ଧୂପ ନୀତି ପରେ ଶ୍ରୀମନ୍ଦିରରୁ ବାହାରିଥିଲା ଆଜ୍ଞାମାଳ । ତିନି ପୂଜାପଣ୍ଡା ସାମନ୍ତ ତିନି ରଥରେ ଏକକାଳିନ ଆଜ୍ଞାମାଳ ବିଜେ କରାଇଛନ୍ତି । ଏହାପରେ ତିନିରଥ ସିଂହଦ୍ୱାର ଅଭିମୁଖେ ଟଣାଯାଇଛି । ସେପଟେ ଶ୍ରୀମନ୍ଦିରରେ ଆଜି ଉଭା ଯାତ୍ରା ପାଳନ ହେଉଛି । ସୋମବାର ପହଣ୍ଡି ବିଜେ ପାଇଁ ରବିବାର ରାତିରେ ବଡସିଂହାର ବେଶ ଓ ପହୁଡ ପରେ କଂଟ ଓ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି କାର୍ଯ୍ୟ ମଧ୍ୟ କରାଯିବ ।

Comments are closed.