ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତଙ୍କ ସହ ମିଶି ଗାଇଲେ ଗୀତଗୋବିନ୍ଦ

ପୁରୀ- କୋରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ନୀତିକାନ୍ତି ବିନା ବାଧାବିଘ୍ନରେ ସୁରୁଖୁରୁରେ ହୋଇଛି ଓ ଏଥିପାଇଁ ସେ ସମସ୍ତ ସେବାୟତଙ୍କ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

କୋରୋନା କଟକଣାକୁ ସମ୍ମାନ ଦେଇ ଲୋକେ ଘରେ ରହି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ଦର୍ଶନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡକ୍ଟର କ୍ରିଷନ କୁମାର । ଜିଲ୍ଲାପାଳ, ଏସପି ସମସ୍ତଙ୍କ ମିଳିତ ସହାୟତାରେ ରଥଯାତ୍ରା ସୁରୁଖୁରୁରେ ପରିଚାଳିତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଲା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସେବାୟତଙ୍କ ସହ ଗୀତଗୋବିନ୍ଦ ଗାନ କରିଥିଲେ ।

Comments are closed.