ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇ ସ୍ଥିର ରହିଛି : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ କୋରୋନା ସ୍ଥିତି ଥିକ୍ ଟେଲ୍ ଫିନୋମେନନ ଅବସ୍ଥାରେ ରହିଛି । ଅର୍ଥାତ୍ ସଂକ୍ରମଣ କମିଯାଇ ସ୍ଥିର ଅବସ୍ଥାରେ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । କିଛି ଦିନ ଧରି ଏହି ଟ୍ରେଣ୍ଡ୍ ଲାଗିରହିଛି । ଅନ୍ୟରାଜ୍ୟରେ ବି ଏହି ସ୍ଥିତି ଅଛି ବୋଲି ସେ କହିଛନ୍ତି । ଆଗକୁ ଆହୁରି ସଂକ୍ରମଣ କମିବ ବୋଲି ଡିଏମଇଟି ଆଶା ପ୍ରକାଶ କରିଛନ୍ତି । ତୃତୀୟ ପ୍ରବାହ ଆସିବ ବୋଲି ଅନୁମାନ କରାଯାଇଛି । କିନ୍ତୁୁ ଏ ଯାଏଁ ଆସିନାହିଁ । ମାଡ୍ରାସ ଇନଷ୍ଟିଚ୍ୟୁଟର ଆର୍ ଭେଲ୍ୟୁ ଯୁକ୍ତି ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ । ସଂକ୍ରମଣ କମିଥିବାରୁ କେମିତି ଆର୍ ଭେଲ୍ୟୁ ଅଛି ବୋଲି କୁହାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ଡିଏମଇଟି ।

Comments are closed.