ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ପାରଳା ପୋଲିସକୁ ସାହାଯ୍ୟ କରିବା ପାଇଁ କ୍ରାଇମବ୍ରାଂଚ ଟିମ୍ ଗଠିତ

ଭୁବନେଶ୍ୱର- ଏସିଏଫ ସୌମ୍ୟରଞ୍ଜନଙ୍କ ନିଆଁରେ ପୋଡି ହୋଇ ମୃତ୍ୟୁ ହେବା ଘଟଣାରେ ପ୍ରଦିଦିନ ନୂଆ ନୂଆ ତଥ୍ୟ ମିଳୁଥିବା ବେଳେ ଅଭିଯୋଗ ଓ ପ୍ରତି ଅଭିଯୋଗ ବି ଆସିବାରେ ଲାଗିଛି । ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି । ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସାହାଯ୍ୟ କରିବା ପାଇଁ ଏକ କ୍ରାଇମବ୍ରାଂଚ ଟିମ ଗଠନ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶରେ ଗଠିତ ଏହି ଟିମର ନେତୃତ୍ୱ ନେବେ ଡିଏସପି ବିଜୟ କୁମାର ମଲ୍ଲିକ ।

Comments are closed.