ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ପତିଙ୍କୁ ଜୁଲାଇ ୨୩ ଯାଏଁ ପୋଲିସ ରିମାଣ୍ଡ୍‌

‌ମୁମ୍ବାଇ – ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଫିଲ୍ମ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟବସାୟୀ ପତି ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ତାରିଖ ଯାଏଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଗତକାଲି ରାତିରେ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଂଚ । ଆଜି କୁନ୍ଦ୍ରାଙ୍କୁ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିଲା । କୁନ୍ଦ୍ରାଙ୍କ ସହ ରାୟନ ଥର୍ପ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ମଧ୍ୟ କୋର୍ଟ ଜୁଲାଇ ୨୩ ଯାଏଁ ପୋଲିସ ହାଜତକୁ ପଠାଇ ଦେଇଛନ୍ତି । ଏହି ମାମଲାରେ ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଛି ।

Comments are closed.