ରାଜ୍ୟରେ ଆଉ ୧ ହଜାର ୯୪୮ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ହ୍ରାସ ପାଇବାରେ ପାଇଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୯୪୮ କୋରୋନା ପଜିଟିଭ । ସଙ୍ଗରୋଧରୁ ୧୧୨୦ ଏବଂ ସ୍ଥାନୀୟ ଅଂଚଳରୁ ୮୨୮ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦, କଟକରୁ ୨୭୯, ଯାଜପୁରରୁ ୧୧୫, ଜଗତସିଂହପୁରରୁ ୧୧୩, କେନ୍ଦ୍ରାପଡାରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୯୮, ନୟାଗଡରୁ ୮୮, ଅନୁଗୁଳରୁ ୮୫, ପୁରୀରୁ ୮୩, ମୟୂରଭଞ୍ଜରୁ ୬୬, ଭଦ୍ରକରୁ ୫୯, ସୁନ୍ଦରଗଡରୁ ୪୭, ଢେଙ୍କାନାଳରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୨୧, କନ୍ଧମାଳରୁ ୧୯, ରାୟଗଡାରୁ ୧୮, ବରଗଡରୁ ୧୭, ସୋନପୁରରୁ ୧୨, ନବରଙ୍ଗପୁରରୁ ୯, କୋରାପୁଟରୁ ୭, ବଲାଙ୍ଗିରରୁ ୭, ଗଞ୍ଜାମରୁ ୬, ଝାରସୁଗୁଡାରୁ ୬, ଦେବଗଡରୁ ୫, ନୂଆପଡାରୁ ୯ ଜଣ ଚିହ୍ନଟ ହୋଇଛନ୍ତି ।

ଏ ଯାଏଁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ମୋଟ ୯ ଲକ୍ଷ ୬୧ ହଜାର ୯୩୪ କୋରୋନା ପଜିଟିଭ । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୬ ହଜାର ୯୫୦ । ୧୯ ହଜାର ୬୨୩ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.