ଟୋକିଓ ଅଲିମ୍ପିକ୍ସ: ଶୁଟିଂ ଇଭେଣ୍ଟରେ ସୌରଭ ସପ୍ତମ ସ୍ଥାନରେ ସନ୍ତୁଷ୍ଟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଇଭେଣ୍ଟ ଫାଇନାଲରେ ଭାରତୀୟ ସୁଟର ସୌରଭ ଚୌଧୁରୀ ସପ୍ତମ ସ୍ଥାନ ହାସଲ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସୌରଭ ୫୮୬ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିଲେ |

ତାଙ୍କ ଠାରୁ ପଦକ ଆଶା କରାଯାଉଥିଲା । ତେବେ ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥବା ସୌରଭଙ୍କୁ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଯଦି ୧୯ ବର୍ଷୀୟ ସୌରଭ ପଦକ ଜିତିଥାନ୍ତେ, ତେବେ ସେ ଅଲିମ୍ପିକ୍ସରେ ପଦକ ଜିତିବାରେ ପଞ୍ଚମ ଭାରତୀୟ ସୁଟର ହୋଇଥାନ୍ତେ |

ଫାଇନାଲରେ ସପ୍ତମ ସ୍ଥାନ ହାସଲ କରିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ସେ ପଦକ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ।

Comments are closed.